ପିଜୁଳି ପତ୍ରରେ ରହିଛି ବହୁ ଉପାଦେୟ ଗୁଣ


ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ପିଜୁଳି ଗୋଟେ ଏମିତି ଫଳ ଯାହାକୁ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଖାଇବାକୁ ଯେମିତି ସୁଆଦିଆ ସେମିତି ମଧ୍ୟ ଏଥିରେ ଉପାଦେୟ ଗୁଣ ରହିଛି ଯାହା ଶରୀର ପାଇଁ ବେଶ ଉପକାରୀ। ଆପଣ ଗୋଟିଏ କଥା ଜାଣିଛନ୍ତି କି ପିଜୁଳି ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ପିଜୁଳି ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହାର ରସ ଶରୀରର ଓଜନ କମାଇବାସହ କୋଲେଷ୍ଟ୍ରଲ କମାଇବାରେ ସହାୟକ ହୋଇଥାଏ। ଯେଉଁମାନେ ମୋଟା ହୋଇଯାଉଛନ୍ତି ସେମାନେ ଏହି ପତ୍ରର ରସକୁ ପ୍ରତିଦିନ ସେବନ କରିଲେ ଆପଣ ନିଶ୍ଚିତ ଏହାର ବେନିଫିଟ ଜାଣିପାରିବେ। ଏହାର ରସ ସେମାନଙ୍କ ପାଇଁ ରାମବାଣ ଭଳି କାର୍ଯ୍ୟ କରିବ। ପ୍ରାକୃତିକ ଉପାୟରେ ଆପଣ ଯେତେ ଆପଣଙ୍କୁ ସୁସ୍ଥ ରଖିପାରିବେ।
ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରରେ କେଉଁ ଔଷଧୀୟ ଗୁଣ ରହିଛି।
-ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଆଣ୍ଟିବାକ୍ଟେରିଆଲ ଗୁଣ ରହିଛି। ଯାହାକି ସର୍ଜରୀ ଘା’, ଇନଫେକ୍ସନ ଆଦି ରୋଗରେ ଉପଶମ ଦେଇଥାଏ।
-ଆଲେକଜାଣ୍ଡାର ୟୁନିଭର୍ସିଟି ଏବଂ ଡେମନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ପିଜୁଳି ପତ୍ରରେ ଏମିତି ଔଷଧୀୟ ଗୁଣ ରହିଛି ଯାହା ବିଭିନ୍ନ ପ୍ରକାର ପେଟରୋଗକୁ ଭଲ କରିଥାଏ। ଏହାର ରସ ଲିଭରକୁ ସୁସ୍ଥ ରଖିଥାଏ।
-କ୍ୟାନସର ରୋଗ ପାଇଁ ମେଡିସିନ ପ୍ରସ୍ତୁତ କରିଥିବା ଆଡମାକ ଅନକୋଲୋଜି ବିଭାଗ ପକ୍ଷରୁ ୨୦୧୦ ମସିହରେ କୁହାଯାଇଥିଲା ଯେ, ଏହି ପତ୍ରରେ ଏପରି ଏକ ଗୁଣ ରହିଛି ଯାହା ପ୍ରୋଷ୍ଟେଟ କ୍ୟାନସରରେ ଟ୍ୟୁମର ସାଇଜ କମ କରିବାରେ ସହାୟକ ହୋଇଥାଏ।
-ପିଜୁଳି ପତ୍ରର ରସ ପିଇଲେ ବ୍ଲଡ ପ୍ରେସର କମ ହେବା ସହ ହାଇପରଟେନଶନ ମଧ୍ୟ କମିଥାଏ। ଏହା ମଧ୍ୟ ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖେ।
– ଅଧିକାଂଶ ମହିଳାମାନଙ୍କର ମାସିକ ଋତୁସ୍ରାବରେ ପେଟ ଯନ୍ତ୍ରଣା ହୋଇଥାଏ। ଏହି ଦିନ ମାନଙ୍କରେ ପିଜୁଳି ପତ୍ର ରସ ସହ ଗୋଲମରିଚ ବାଟିକି ପିଇଲେ ଉପଶମ ମିଳିଥାଏ।