ନ୍ୟୁଜ୍ରାଜ୍ୟ

ପ୍ରବଳ ଥଣ୍ଡା : ୧୫ ଡିଗ୍ରୀ ତଳେ ୧୨ ସହରର ରାତ୍ରି ତାପମାତ୍ରା; ଫୁଲବାଣୀ ସବୁଠାରୁ ଥଣ୍ଡା ସହର

ସତ୍ୟଶିଖା(ଭୁବନେଶ୍ୱର) ୧୮.୧୨.୨୦୨୧:  ଶୀତ ଚାଦରରେ ସାରା ଓଡିଶା। ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ୧୨ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର। ଦାରିଙ୍ଗବାଡି ୭.୫, କୋରାପୁଟ ୭.୫, ସୁନ୍ଦରଗଡ ୯.୫, ଟିଟିଲାଗଡ ୯.୮, ଭବାନୀପାଟଣା ୧୦, ସୋନପୁର ୧୦.୫, କେନ୍ଦୁଝର, ଅନୁଗୁଳ ଓ ବଲାଙ୍ଗୀରରେ ତାପମାତ୍ରା ୧୧ ଡିଗ୍ରୀ। ମାଲକାନଗିରି ୧୧.୫, ଚାନ୍ଦବାଲି ୧୧.୬। ସେହପରି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଶୀତର ପ୍ରକୋପ ଦେଖାଯାଇଛି। ସବୁଠାରୁ ଅଧିକ ଥଣ୍ଡାସ୍ଥାନ ଭାବେ ଚୁରୁର ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ଏହା – ୧.୧ ରହିଛି। ଫତେପୁର -୩.୩  , ଅମୃତସହର ୦.୧, ଗଙ୍ଗାନଗର ୧.୧, ନାରନଲ୍‍ ୩.୦,ହିସାର ୪.୦, ଦିଲ୍ଲୀର ସଫଦରଜଙ୍ଗ ୬.୦ ରେକର୍ଡ କରାଯାଇଛି।

Show More
Back to top button