ସତ୍ୟଶିଖା ୨୦/୦୧/୨୦୨୧ : ଆଜିଠାରୁ ପଡୋଶୀ ଦେଶକୁ କରୋନା ଟିକା ଯୋଗାଇଦେବ ଭାରତ । ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ । ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଆଜିଠାରୁ ୬ଟି ଦେଶକୁ ଟିକା ଯୋଗାଇ ଦିଆଯିବ ।
ବାହାରକୁ ହେବ ଟିକା ରପ୍ତାନୀ
