ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ବିଆର୍‌ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ପୋଡ଼ି ହୋଇଗଲେ ୨ କର୍ମଚାରୀ

ସତ୍ୟଶିଖା( ସମ୍ବଲପୁର )୧୩.୧୦ .୨୦୨୧: ସମ୍ବଲପୁର ସିକିର୍ଡିରେ ଥିବା ବିଆର୍‌ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ ଘଟିଛି। ଏସ୍‌ଏମ୍‌ଏସ୍ -୨ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ୱୟ ହେଲେ ରଞ୍ଜୟ କୁମାର ଯାଦବ ଓ ଗୋଲୁ କୁମାର ଯାଦବ। ରଞ୍ଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି। ଉଭୟଙ୍କ ଘର ବିହାରରେ। ରଞ୍ଜୟଙ୍କ ଘର ବିହାରର ଔରଙ୍ଗାବାଦ ହୋଇଥିବା ବେଳେ ଗୋଲୁ କୁମାରଙ୍କ ଘର ଛାପ୍ରାରେ।

ଗୁରୁତର ଆହତ ଅବସ୍ଥାରେ ରଞ୍ଜୟଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଗୋଲୁ କୁମାରଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ଲାଣ୍ଟରେ କାମ ଚାଲିଥିବାବେଳେ ଏସ୍‌ଏମ୍‌ଏସ୍ -୨ ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ କର୍ମଚାରୀ ପୋଡ଼ି ଯାଇଥିଲେ ଓ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

Show More
Back to top button