

ସତ୍ୟଶିଖା ୨୯/୦୧/୨୦୧୧ : ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ । ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଚୋରା ଚାଲାଣ ବେଳେ ଟାଉନ ପୋଲିସ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।
ଏହାସହ ୨ଟି ଦାମୀ ଗାଡି ମଧ୍ୟ ଜବତ କରିଛି ପୋଲିସ । ଦୁଇଟି ଗାଡିରୁ ୩୮ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଗୋଟିଏ ଗାଡି ୟୁପିର ହୋଇଥିବା ବେଳେ ଅନ୍ୟ ଗାଡ଼ିଟି ଭୁବନେଶ୍ୱରର ବୋଲି ଜଣାପଡିଛି । ଏହି ଦୁଇଟି ଗାଡି କୋରାପୁଟ ଦେଇ ଭୁବନେଶ୍ୱର ଯାଉଥିବା ବେଳେ ପୋଲିସ ନାଇଟ୍ ପାଟ୍ରୋଲିଂ ବେଳେ ଧରିଛି ଟାଉନ୍ ଥାନା ପୋଲିସ । ଏ ଗଞ୍ଜେଇ କାହାର ? କାହା ପାଖକୁ ଯାଉଥିଲା ଏସବୁ ନିଶା ସାମଗ୍ରୀ ? ଗଞ୍ଜେଇ ଚୋରା ଚାଲାଣକୁ ନେଇ ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ।