ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଚଳିତ ବର୍ଷ ମହଙ୍ଗା ଭତ୍ତା ବୃଦ୍ଧି ନକରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ଆଗାମୀ ବର୍ଷ ଜୁଲାଇ ମାସରେ ବୃଦ୍ଧି କରିବାକୁ ବିଚାର କରିପାରନ୍ତି । ସୂତ୍ର ଅନୁସାରେ କେନ୍ଦ୍ର ସରକାର ଜୁଲାଇ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ମାତ୍ର ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । ମନି କଣ୍ଟ୍ରୋଲର ରିପୋର୍ଟ ଅନୁସାରେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା
