ଆରମ୍ଭରୁ ଇଭିଏମ୍ ଅଚଳ, ମତଦାନ ବାଧାପ୍ରାପ୍ତ

ସତ୍ୟଶିଖା( ଭୁବନେଶ୍ୱର )୨୪.୦୩.୨୦୨୨ : ପୌର ନିର୍ବାଚନ ଆରମ୍ଭରୁ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ଲୋକମାନେ ମତଦାନ ପାଇଁ ଭୋଟ କେନ୍ଦ୍ର ଆଗରେ ଅପେକ୍ଷା କରି ରହିଛନ୍ତି।  ଝାରପଡ଼ା ୩୨ ନମ୍ବର ୱାର୍ଡର ୩୯ ନମ୍ବର ବୁଥ୍ରେ ସକାଳୁ ଲୋକମାନେ ଇଭିଏମ୍‌ ଅଚଳ ଯୋଗୁ ଭୋଟ ନଦେଇ ଫେରୁଥିବାର ଦେଖାଯାଇଛି ।

ସେହିପରି  ଭୁବନେଶ୍ୱରର ବିଏମସିର ୪୧ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ  ମତଦାନ ବିଳମ୍ବ ହୋଇଛି।

ସେହିପରି ନୂଆପଡ଼ା NACର ୧୨ ନଂ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଦାନ ବିଳମ୍ବ ହୋଇଛି।  ବୁଥରେ କାଉନସିଲର ପଦବୀ ପାଇଁ ଉଦ୍ଦିଷ୍ଟ ଇଭିଏମ୍ କାମ କରୁନାହିଁ। ଭୋଟ କେନ୍ଦ୍ର ବାହାରେ ୫ ଶହରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ଅପେକ୍ଷା କରିଛନ୍ତି।
Exit mobile version