ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ଭାରତର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ସୁଧୁରିବାକୁ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି । ମୋଦି କହିଛନ୍ତି ଯେ ଭାରତ ସରକାର ଏବେ ଶ୍ରମିକ ଆଇନ, କୃଷକ ଆଇନ ଏବଂ ମାନ୍ୟୁଫେକ୍ଟରିଂ ସେକ୍ଟରରେ ଯେଉଁଭଳି ଭାବେ ପରିବର୍ତ୍ତନ କରିଛନ୍ତି ତାଦ୍ୱାରା ଆଗାମୀ ଦିନରେ ଭାରତର ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ କରୋନା ଭ୍ୟାକ୍ସିନକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି । ମୋଦି ଦେଶବାସୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକଙ୍କ ପାଇଁ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ । କାହାକୁ ବି ଛଡା ଯିବାନାହିଁ ।
କରୋନା ଟିକା ମିଳିବ ଦେଶର ପ୍ରତ୍ୟେକ ନାଗରିକଙ୍କୁ : ପ୍ରଧାନମନ୍ତ୍ରୀ
