ସତ୍ୟଶିଖା( ଭୁବନେଶ୍ୱର )୨୯.୦୯ . ୨୦୨୨: ଏଣିକି ଓଡିଶାରେ ବି କାର୍ ପଛ ସିଟ୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବାଧ୍ୟତାମୂଳକ ହେବ । ପଛ ସିଟ୍ରେ ବସୁଥିବା ଲୋକ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ ତଣ୍ଡ ଗଣିବେ ଡ୍ରାଇଭର। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି ।
ସେହିପରି ଗାଡି ପଛ ସିଟ୍ କଭର ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନ ସାଜେ ତାହାକୁ ଫିଟନେସ୍ ବେଳେ ଯାଞ୍ଚ କରିବାକୁ କୁହାଯାଇଛି।
କିଛି ଦିନ ପୂର୍ବେ କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁ ସମୟରେ ସାଇରସ୍ ମିସ୍ତ୍ରୀ କାର୍ର ପଛ ସିଟ୍ରେ ବସିଥିବା ବେଳେ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ। ଫଳରେ ଦୁର୍ଘଟଣାରେ ଗୁରୁତର ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ଗୁରୁତର ସହ ନେଇଛି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ । ଏଥିସହ କାର୍ ପଛ ସିଟ୍ରେ ବସୁଥିବା ବ୍ୟକ୍ତି ମଧ୍ୟ ଯେପରି ସିଟ୍ ବେଲ୍ଟ ପିନ୍ଧନ୍ତି ତାହା ନିଶ୍ଚିତ କରିବାକୁ ବିଭିନ୍ନ ରାଜ୍ୟରେ କଡ଼ାକଡ଼ି ଚେକିଂ ଆରମ୍ଭ ହେଲାଣି। ଏନେଇ ସମସ୍ତ ରାଜ୍ୟର ପରିବହନ କମିଶନରଙ୍କୁ ଚିଠି ଲେଖି ସିଟ୍ ବେଲ୍ଟ ପିନ୍ଧିବା ନିୟମ କଡାକଡି କରିବାକୁ କୁହାଯାଇଛି। ଏବେ ଓଡ଼ିଶାରେ ଏହି ନିୟମ କଡ଼ାକଡ଼ି ଲାଗୁ ହେବାକୁ ଯାଉଛି।
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
