ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ବାଇକ ଚାଳକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ମଧ୍ୟ ପିନ୍ଧିବେ ହେଲମେଟ୍ । ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆରଟିଓ ପକ୍ଷରୁ ଏନେଇ ନିୟମ ଜାରି କରାଯାଇଛି । ଏହି ନିୟମକୁ ଉଲ୍ଲଘଂନ କଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କୁହାଯାଇଛି ।
ଗତକିଛି ଦିନ ତଳେ କେବଳ ବାଇକ ଚାଳକ ହେଲମେଟ ନିପିନ୍ଧିଲେ ଲାଇସେନ୍ସ ରଦ୍ଦ ହେବ ବୋଲି ନିୟମ ଜାରି ହୋଇଥିଲା । ଏହି ନିୟମ ଡିସେମ୍ବର ୧ରୁ ଲାଗୁ ହୋଇଛି । ତେବେ ବାଇକ ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ଆରଟିଓ ପକ୍ଷରୁ ଆଜି ପୁଣି ଏହି ନିୟମ ଜାରି ହୋଇଛି ।