ସତ୍ୟଶିଖା(କଟକ)୨୯.୦୮ . ୨୦୨୨: ଏଥର ଜାକଯମକରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍ଧାମରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯାଇଛି।ଅନ୍ୟପଟେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ପାଇଁ ଅନୁମତି ସହ ଭଷାଣୀରେ ସାରା ରାତି ଡାକବାଜି ଯନ୍ତ୍ର ବଜାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପୂଜା ସମୟରେ ହେଲମେଟ୍ ଚେକିଂ ସହିତ ଗାଡ଼ି ମଟର ଚେକିଂ କୋହଳ କରିବାକୁ ଶାନ୍ତି କମିଟି କମିଶନରେଟ୍ ପୁଲିସକୁ ପ୍ରସ୍ତାବ ଦେଇଛି।
ଆସନ୍ତା ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣୀ ଶୋଭାଯାତ୍ରା କରାଯିବ। ଗତକାଲି ବସିଥିବା ବୈଠକରେ କଟକ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳର ନେତା, ଜିଲ୍ଲାପାଳ, ପୁଲିସ କମିଶନର,ଡିସିପିଙ୍କ ସମେତ ଶାନ୍ତି କମିଟିର କର୍ମକର୍ତ୍ତା ସହିତ ସମସ୍ତ ପୂଜାମଣ୍ଡପ କର୍ମକର୍ତ୍ତା ଯୋଗ ଦେଇଥିଲେ।
ସମ୍ବନ୍ଧିତ ଖବର
-
ଆଜି ବିଶ୍ୱ ଯୋଗ ଦିବସ । -
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । -
ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । -
ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ । -
ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । -
ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ଇରାନ ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ l -
ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ । -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । -
ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଷ୍ଟେସନର ଫଟୋ, ଭିଡିଓ ଉଠାଇବାରେ କଟକଣା ଜାରି କରାଯାଇଛି l -
ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ ।