

ସତ୍ୟଶିଖା(ଭୁବନେଶ୍ୱର) ୨୬ .୦୬.୨୦୨୧: ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଦେବଗଡ ଗଲା ଏପିଡୋମିଲୋଜି ଟିମ । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା କେମିତି ରହିଛି । ସେ କାହା ସାଙ୍ଗରେ ମିଶିଥିଲେ । ସେ ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ । ସେମାନଙ୍କର ସ୍ବାସ୍ଥ୍ୟଵସ୍ଥା କେମିତି ରହିଛି । ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ । ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତି 30 ମାର୍ଚ୍ଚରେ ଟିକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତାଙ୍କର କିଛି ଲକ୍ଷଣ ରହି ନଥିଲା । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନିସ ପାଇଁ ପଠା ଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ । ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟିକାର ପ୍ରଭାବ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।