ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୧୨.୨୦୨୦ : ଚଳିତ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ନୂଆବର୍ଷ ଉପହାର ଦେଇପାରେ । ସଦସ୍ୟମାନଙ୍କ ଖାତାରେ ୨୦୧୯-୨୦ ଆର୍ଥିକ ବର୍ଷ ବାବଦ ୮.୫ ପ୍ରତିଶତ ସୁଧ ଟଙ୍କା ଜମା କରାଯିବାର ଅନେକ ସମ୍ଭାବନା ରହିଛି । ଏଥରର ସୁଧକୁ ଦୁଇଟି କିସ୍ତିରେ ଭାଗ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଗତ ସେପ୍ଟେମ୍ବରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ପ୍ରଥମ କିସ୍ତିରେ ୮.୧୫% ଓ ଦ୍ବିତୀୟ କିସ୍ତିରେ ୦.୩୫% ସୁଧ ଜମା କରାଯିବାର ଥିଲା । ମାତ୍ର ଷ୍ଟକ ବଜାର ସ୍ଥିତିରେ ଉନ୍ନତି ଘଟିଥିବାରୁ ୮.୫% ସୁଧକୁ ଗୋଟିଏ ଥରରେ ସଦସ୍ୟଙ୍କ ଖାତାରେ ଜମା କରାଯାଇପାରେ ବୋଲି ଚର୍ଚା ହେଉଛି ।
ମାସ ଶେଷ ସୁଦ୍ଧା ଇପିଏଫ୍ ସୁଧ ଜମା ହେବ
