ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୨/୨୦୨୦ : ଖ୍ରୀଷ୍ଟମାସ ପରେ ସୋମବାର ସେୟାର ବାଜର ସବୁଜ ସଙ୍କେତ ସହ ଆରମ୍ଭ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ୍ ୧୮୦ ଅଙ୍କ ବୃଦ୍ଧି ପାଇ ୪୭,୧୫୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟି ୬୬ ଅଙ୍କ ବୃଦ୍ଧି ପାଇ ୧୩,୮୧୫ରେ ଆରମ୍ଭ ହୋଇଥିଲା । ଆନ୍ତର୍ଜାତୀୟ ବଜାରରେ କାରବାର ବୃଦ୍ଧି କାରଣରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି । ସେୟାର ବଜାର ଆଜି ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି । କାରବାର ସମୟରେ ସେନସେକ୍ସ୍ ଇତିହାସରେ ପ୍ରଥମ ଥର ପାଇଁ ୪୭,୩୫୯.୧୪ରେ ପହଞ୍ଚିଯାଇଥିଲା । ସେହିପରି ନିଫ୍ଟି ମଧ୍ୟ ତାର ଅଲ ଟାଇମ ରେକର୍ଡ ୧୩,୮୬୯.୭୫ରେ ପହଞ୍ଚିଯାଇଥିଲା ।
ସେୟାର ବଜାରରେ ଉତ୍ସାହ
