ଦେଶନ୍ୟୁଜ୍ରାଜନୀତିରାଜ୍ୟ

୨୯ରେ ଉପନିର୍ବାଚନ ତାରିଖ ହୋଇପାରେ ଘୋଷଣା । ରାଜ୍ୟର ୨ ଆସନ ପାଇଁ ହେବ ନିର୍ବାଚନ l

ସତ୍ୟଶିକ୍ଷା ୨୬.୦୯.୨୦୨୦ : ଆସନ୍ତା ୨୯ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ଦୁଇଟି ଆସନ ସମେତ ଦେଶର ୬୪ଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସେହିଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକ ପରେ ଏହି ଘୋଷଣା କରାଯିବ ବୋଲି ଆଲୋଚନା ହେଉଛି ।ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରା କହିଛନ୍ତି, ଆସନ୍ତା ୨୯ ତାରିଖ ଦିନ କମିଶନରଙ୍କ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୩ ରୁ ୪ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ସମ୍ପୃକ୍ତ ରାଜ୍ୟ ପକ୍ଷରୁ ବିଭିନ୍ନ କାରଣରୁ ଉପନିର୍ବାଚନକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ, ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ ଦ୍ୱାରା ପ୍ରେସ୍ ବିଜ୍ଞପ୍ତି ଜାରି କରାଯିବ ବୋଲି ଶ୍ରୀ ଅରଡ଼ା ସୂଚନା ଦେଇଥିଲେ ।ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୨ଟି ବିଧାନସଭା ଆସନ ଖାଲି ପଡ଼ିଛି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏହି ଦୁଇ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

Show More
Back to top button