ନ୍ୟୁଜ୍ରାଜ୍ୟ

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ୧୦୦ ସିଟରେ ନାମଲେଖା

ସତ୍ୟଶିଖା( କେନ୍ଦୁଝର)୨୪.୦୮ . ୨୦୨୨: ବହୁ ଆପେକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ୧୦୦ MBBS ସିଟ୍‌ରେ ନାମଲେଖା ନିମନ୍ତେ ଅନୁମତି ମିଳିଛି। ନେସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମଏଆରବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଏହି ଅନୁମତିପତ୍ର ଦିଆଯାଇଛି।

ଏହି ଅନୁମତି ମୁତାବକ, ଉକ୍ତ ଡାକ୍ତରଖାନାର ପରିଚାଳନା ବ୍ୟବସ୍ଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି। ସେପଟେ ଏହି ସରକାରୀ ମେଡିକାଲ କଲେଜ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରକାଶ ଥାଉ କି, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ନିମନ୍ତେ ବହୁ ହଇରାଣ ହେଉଛନ୍ତି। ମେଡ଼ିକାଲ କଲେଜରେ ପାଠପଢ଼ା ଆରମ୍ଭ ହେଲେ ଲୋକଙ୍କୁ ଏଠାରେ ପାଠପଢ଼ି ବାହାରିବାକୁ ଥିବା ଡାକ୍ତରଙ୍କ ନିକଟରୁ ଉତ୍ତମ ସେବା ମିଳିବ ବୋଲି ଆଶା ରହିଛି।
Show More
Back to top button