ଦେଶ

କରୋନା ପାଇଁ ନୂଆ କଟକଣା ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ଯାଏ ଯୁଦ୍ଧକାଳୀନ ଭିତ୍ତିରେ ସଚେନତା ଓ ସତର୍କତା ଅବଲମ୍ବନ କରାଯାଉଛି। କେନ୍ଦ୍ର ସରକାର ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ କଟକଣା ଲଗାଇ ଚାଲିଛନ୍ତି।

ଏହି କ୍ରମରେ ଆଜି ଦିଲ୍ଲୀ ସରକାର କରୋନା ଭାଇରସକୁ ରୋକିବାକୁ ପାଇଁ ନୂଆ କଟକଣା ଲାଗୁ କରିଛନ୍ତି। ଆଜି ଠାରୁ ଦିଲ୍ଲୀରେ ଥିବା ସମସ୍ତ ମଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ମଧ୍ୟରେ ଥିବା ଗ୍ରୋସରୀ, ଫାର୍ମାସି ଓ ପନି ପରିବା ମିଳୁଥିବା ଦୋକାନ ଖୋଲା ରହିବ।

ଆହୁରି ପଢ଼ନ୍ତୁ

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “କରୋନା ଭାଇରସକୁ ଦୃଷ୍ଟିରେ ରଖି ଆମେ ମଲଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ତେବେ ଗ୍ରୋସରୀ, ଫାର୍ମାସି ଓ ପନି ପରିବା ଦୋକାନ ଖୋଲା ରହିବ।”

ଦିଲ୍ଲୀରେ ଏଯାଏ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଜଣେ ୬୮ ବର୍ଷୀୟ ଜଣେ ବ୍ୟକ୍ତି ପଶ୍ଚିମ ଦିଲ୍ଲୀରେ କରୋନା ଯୋଗୁ ପ୍ରାଣ ହରାଇଥିଲେ। ଗତକାଲି ଦିଲ୍ଲୀ ସରକାର ମାର୍ଚ୍ଚ ୩୧ ଯାଏ ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରେଷ୍ଟୁରାଣ୍ଟ ଗୁଡ଼ିକ ହୋମ ଡେଲିଭରୀ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

[ad_2]
Show More
Back to top button