ଟେଷ୍ଟ ସିରିଜ ପାଇଁ ପ୍ରଥମରୁ ଆଇପିଏଲ କିଛିଟା ମ୍ୟାଚ ଖେଳିପାରିବେନି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳି l

ସତ୍ୟଶିଖା ୦୧.୦୮.୨୦୨୦ : ଟେଷ୍ଟ ସିରିଜ ପାଇଁ ପ୍ରଥମରୁ ଆଇପିଏଲ କିଛିଟା ମ୍ୟାଚ ଖେଳିପାରିବେନି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳି l  ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବାକୁ ଯାଉଛି । ତେବେ ସେପ୍ଟେମ୍ବର ୧୯ ତାରିଖରୁ ଏହା ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ସମାପ୍ତ ହେବ । ଏହାପରେ କରୋନା ମହାମାରୀ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଉଭୟ ଦେଶର ଆଇପିଏଲରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ୟୁଏଇରେ ପଂହଚି କିଛି ଦିନ କ୍ୱାରେଣ୍ଟିନରେ ରହିବେ । ଏହା ଫଳରେ ସେହି ଖେଳାଳିମାନେ ପ୍ରାରମ୍ଭରୁ କିଛିଟା ମ୍ୟାଚ ଖେଳି ନପାରନ୍ତି । ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଜୋଫ୍ରା ଆର୍ଚର, ପ୍ୟାଟ କମିନସ, ବେନ ଷ୍ଟୋକସ ଆଦି ଖେଳାଳି କ୍ୱାରେଣ୍ଟିନରେ ପିରିୟଡରେ ଆସି ରହିବାରୁ କିଛିଟା ମ୍ୟାଚ ଖେଳିପାରିବେନି । ପୂର୍ବରୁ ଦକ୍ଷିଣ ଆଫ୍ରିକା ସୀମା କରୋନା ପାଇଁ ସିଲ ହୋଇଥିବାରୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ କିଛିଟା ଆଇପିଏଲ ମ୍ୟାଚ ଖେଳିପାରିବେନି ବୋଲି ସୂଚନା ମିଳିଛି ।

Exit mobile version