ସତ୍ୟଶିଖା : ୨୧.୧୨.୨୦୨୦ : ମଧ୍ୟପ୍ରଦେଶରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ୫ ଦିନରେ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ତେବେ ଧରା ପଡିବା ପରେ ସେ ଫେରାର ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତ ୨୬ ବର୍ଷୀୟ ଇଞ୍ଜିନିୟର ଇନ୍ଦୋରର ମୁସାଖେଡିରେ ରୁହନ୍ତି । ଅଭିଯୋଗ ଅନୁସାରେ ଇଞ୍ଜିନିୟରଜଣଙ୍କ ଡିସେମ୍ବର ୨ ତାରିଖରେ ଖଣ୍ଡବାରେ ଜଣେ ମହିଳାଙ୍କ ବିବାହ କରିଥିଲେ । ଏହାପରେ ସେ ୭ ତାରିଖରେ ଇନ୍ଦୋରର ମହୁରେ ମଧ୍ୟ ଜଣେ ଯୁବତୀଙ୍କ ସବ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଖଣ୍ଡବା ରହୁଥିବା ମହିଳାଙ୍କ ପରିବାର ଯୁବକଙ୍କ ବାବଦରେ ସତ ଜାଣିପାରି ଅଭିଯୋଗ କରିଛନ୍ତି ।
ଇଞ୍ଜିନିୟର ୪୨୦ !
