ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ରାଜ୍ୟରେ ଏମ୍ବିଏର ୮ହଜାର ୫୬୬ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ମାତ୍ର ୩ହଜାର ୪୪୧ଟି ସିଟ୍ ପୂରଣ ହୋଇଛି । ୫ହଜାର ୧୨୫ ସିଟ୍ ଖାଲିପଡ଼ିଛି । ତେଣୁ ଅବଶିଷ୍ଟ ସିଟ୍ଗୁଡ଼ିକ ପୂରଣ ପାଇଁ ସ୍ପଟ୍ ଆଡମିସନ୍ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅଧ୍ୟକ୍ଷଙ୍କୁ ବିଭାଗୀୟ ଯୁଗ୍ମ ସଚିବ ଡ. ଅଜୟ କୁମାର ନାୟକ ଚିଠି ଲେଖିବା ପରେ ନାମଲେଖା ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଖାଲି ପଡିଛି ଏମବିଏ ସିଟ୍, ସ୍ପଟ୍ ଆଡମିସନ୍ ପାଇଁ ନିର୍ଦ୍ଦେଶ
