ନିଯୁକ୍ତିବାଣିଜ୍ୟ

ମୋଟା ଦରମାର ନିଯୁକ୍ତି

ସତ୍ୟଶିଖା ୧୨/୧୨/୨୦୨୦ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଗାଲଗୋଟିୟାଜ ବିଶ୍ୱବିଦ୍ୟାଳୟର ବେସିକ କମ୍ପ୍ୟୁଟର ସାଇନ୍ସର ଜଣେ ଛାତ୍ର ହରିନ ମେହତାଙ୍କୁ ଆମାଜନରେ ବାଷିର୍କ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନିଯୁକ୍ତି ପ୍ରସ୍ତାବ ମିଳିଛି । କେବଳ ସେତିକି ନୁହେଁ ମାସିକ ୬୦ ହଜାର ଟଙ୍କାର ଇଣ୍ଟର୍ନସିପ୍ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ସିଇଓ ଧ୍ରୁବ ଗାଲଗୋଟିୟାଜ କହିଛନ୍ତି ଯେ ହରିନ ନିଜ ଦକ୍ଷତା ବଳରେ ଦେଶ ତଥା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିବେ ବୋଲି ଆମେ ଆଶା କରୁଛୁ ।କିଛି ଦିନ ପୂର୍ବରୁ ବିଶ୍ୱବିଦ୍ୟାଳ୍ରର ଛଉାତ୍ରୀ ଭବ୍ୟା ଏମସ୍‌, ଦିଲ୍ଲୀର ପରୀକ୍ଷାରେ ଯୋଗ୍ୟତା ହାସଲ କରି ସାଢ଼େ ଆଠ ଲକ୍ଷ ଟଙ୍କାର ବାର୍ଷିକ ବେତନ ପ୍ୟାକେଜ୍‌ରେ ନର୍ସିଂ ଅଫିସର ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ୨୦୨୦-୨୧ର କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ‌ଅନେକ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କଂପାନି ସେଥିରେ ଭାଗ ନେଉଛନ୍ତି ।

Show More
Back to top button