ଦେଶବିଦେଶ

ଏୟାର ଇଣ୍ଡିଆକୁ କିଣିବା ପାଇଁ ଆଗେଇ ଆସିଲେ କର୍ମଚାରୀ

ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୧୨/୨୦୨୦ : ବିପୁଳ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ନିଲାମ ଆସନ୍ତା ୧୪ ତାରିଖରେ କରାଯିବ । ଟାଟା କମ୍ପାନୀ ସହିତ ଅନ୍ୟ କେତେକ ବିମାନ ଚଳାଚଳ ସଂସ୍ଥା ପ୍ରାୟ ୯୦ ହଜାର କୋଟି ଟଙ୍କା କରଜରେ ବୁଡ଼ିଥିବା ସରକାରୀ ବିମାନ କମ୍ପାନୀକୁ କିଣିବା ପାଇଁ ଉଦ୍ୟମ ଚଳାଇଥିବାବେଳେ କମ୍ପାନୀକୁ ସଂକଟରୁ ଉଦ୍ଧାର କରିବାକୁ ଅଣ୍ଟା ଭିଡିଛନ୍ତି ଏହାର କର୍ମଚାରୀ । ସେମାନେ ଆର୍ଥିକ ଭାଗିଦାରୀ ସହ ମିଳିମିଶି ନିଲାମରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଯୋଜନା ମୁତାବକ ସେମାନେ କମ୍ପାନୀର ୫୧ ପ୍ରତିଶତ ଅଂଶଧନ କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପ୍ର​‌େ​‌ତକଙ୍କୁ ଅନ୍ୟୂନ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ହେବ । ଅବଶିଷ୍ଟ ୪୯ ପ୍ରତିଶତ ଭାଗୀଦାରୀ ଅନ୍ୟଜଣଙ୍କ ପାଖରେ ରହିବ । ଏହି ଦ୍ବିତୀୟ ଭାଗୀଦାର କର୍ମଚାରୀଙ୍କ ସହ ନିଲାମରେ ଭାଗ ନେବେ । କର୍ମଚାରୀଙ୍କ ନିକଟରେ ଅର୍ଥଭାବ ଥିବାରୁ ସେମାନେ ପ୍ରାଇଭେଟ୍ ଇକ୍ୟୁଟି୍ ଫଣ୍ଡ ମାଧ୍ୟମରେ କମ୍ପାନୀରେ ଅର୍ଥ ନିବେଶ କରିବେ ।
କାମ ନାହିଁ ତ ଦରମା ନାହିଁ ବ୍ୟବସ୍ଥା ହଟାଇଲା ଇଣ୍ଡିଗୋ lକରୋନା ମହାମାରୀ ପାଇଁ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର କର୍ମଚାରୀଙ୍କ ଲାଗି ଲାଗୁ କରିଥିବା ଲିଭ୍ ୱିଦାଉଟ ପେ (କାମ ନାହିଁ ତ ଦରମା ନାହିଁ) ବ୍ୟବସ୍ଥାକୁ ହଟାଇ ନେଇଛି । ଆସନ୍ତା ଜାନୁଆରୀ ୧ ତାରିଖରୁ ଏହି ବ୍ୟବସ୍ଥା ଆଉ କାର୍ଯ୍ୟକାରୀ ହେବ ନାହିଁ । ଜୁନ୍‌ ମାସରୁ ଇଣ୍ଡିଗୋ ଏହାର ସମସ୍ତ ବର୍ଗର କର୍ମଚାରୀଙ୍କୁ ମାସିକ ୧୦ଦିନ ବାଧ୍ୟତାମୂଳକ ଛୁଟି ପ୍ରଦାନ କରୁଥିବାବେଳେ ଏଥିପାଇଁ କୌଣସି ଦରମା ଦେଉ ନଥିଲା ।

Show More
Back to top button