ଦୁର୍ଘଟଣାମନୋରଞ୍ଜନରାଜ୍ୟସିନେମା

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି । ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି । ନିମୋନିଆରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ ।ସୂଚନା ଅନୁସାରେ, ଶ୍ରୀ ମହାପାତ୍ରଙ୍କୁ ଗତ କିଛି ଦିନ ହେଲା ଥଣ୍ଡା ଲାଗି ରହିଥିଲା । ଗତ ଶୁକ୍ରବାର ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏମିତିକି ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଘରେ ଅକ୍ସିଜେନ ଦିଆଯାଇଥିଲା । ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ପରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଯାଞ୍ଚ କରିବା ପରେ ତାଙ୍କୁ ନିମୋନିଆ ହୋଇଥିବା ସୂଚନା ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିବା ସହିତ କିଡ୍‌ନୀ କାମ କରୁନଥିବା ଡାକ୍ତର ପ୍ରାରମ୍ଭିକ ରିପୋର୍ଟରେ ସ୍ପଷ୍ଟ କରିଥିଲେ । ତେବେ ଡାକ୍ତର ଶ୍ରୀ ମହାପାତ୍ରଙ୍କ ଡାଏଲିସିସ୍‌ ପାଇଁ ଚେଷ୍ଟା ଜାରି ରଖିଥିଲେ । ସୂଚନାଥାଉ କି, ଶ୍ରୀ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଚିରସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଦର୍ଶକଙ୍କ ହୃଦୟରେ ବସା ବାନ୍ଧି ରହିଛି ।

Show More
Back to top button