ସତ୍ୟଶିଖା ୧୩/୦୧/୨୦୨୧ : ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ତଥା ବ୍ୟବସାୟୀ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ କାର୍ ତିଆରି କରୁଥିବା କମ୍ପାନୀ ଟେସ୍ଲା ଭାରତରେ ଏଣ୍ଟ୍ରି କରିଛି । ଟେସ୍ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏନର୍ଜି ପ୍ରାଇଭେଟ୍ ଲିମିଟେଡ଼୍ (Tesla India Motors and Energy Pvt Ltd with RoC Bangalore) ନାଁରେ ପଞ୍ଜିକୃତ ହୋଇଛି । କମ୍ପାନୀ ଏଠାରେ ଲଗ୍ଜରି ଇଲେକ୍ଟ୍ରିକ କାର ଉତ୍ପାଦନ ଏବଂ ବ୍ୟବସାୟ କରିବ । ଟେସ୍ଲା ପ୍ରଥମ ଅଫିସ ବେଙ୍ଗାଲୁରୁରେ ପଞ୍ଜିକୃତ କରିଛି । କମ୍ପାନୀ ବେଙ୍ଗାଲୁରୁର ଏକ ରିସର୍ଚ୍ଚ ଏବଂ ଡେଭେଲପ୍ମେଣ୍ଟ ୟୁନିଟ୍ ସହ କାମ ଆରମ୍ଭ କରିବ ।
କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଡିସେମ୍ବରରେ ସ୍ପଷ୍ଟ କରିଥିଲେ ଯେ ଟେସ୍ଲା ଆସନ୍ତା ବର୍ଷ ଭାରତରେ ପରିଚାଳନା ଆରମ୍ଭ କରିବ । ଆଗାମୀ ବର୍ଷ କମ୍ପାନୀ ଭାରତରେ ବିତରଣ କେନ୍ଦ୍ର ଖୋଲିବ । ଚାହିଦା ଆଧାରରେ କମ୍ପାନୀ ଭାରତରେ ଉତ୍ପାଦନ କାରଖାନା ଖୋଲିବାକୁ ବିଚାର କରିବ । ଭାରତରେ ଆଗାମୀ ୫ ବର୍ଷରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର ଉତ୍ପାଦକ କ୍ଷମତା ଅଛି ବୋଲି ସେ କହିଥିଲେ ।