

ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨: ଆସୁଛି ପବିତ୍ର ଦୀପାବଳି । ଏହିଦିନ ହେବାକୁ ଯାଉଛି ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ । ୟୁରୋପ, ପଶ୍ଚିମ ସାଇବେରିଆ, ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍ ରୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଆଂଶିକ ପରାଗର ସର୍ବାଧିକ ପର୍ୟ୍ୟାୟ ନିଜନେଭାର୍ଟୋଭସ୍କ ନିକଟରେ ରୁଷର ପଶ୍ଚିମ ସାଇବେରିଆନ ପ୍ଲେନରେ ରେକର୍ଡ କରାଯିବ ।
ଭାରତରେ ଏହି ପରାଗ ନୂଆଦିଲ୍ଲୀ, ବେଙ୍ଗାଲୁର, କୋଲକାତା, ଚେନ୍ନାଇ, ଉଜ୍ଜୈନ, ବାରଣାସୀ ଓ ମଥୁରାରେ ଦେଖାଯିବ। ଏହା ମଧ୍ୟ କୁହାଯାଉଛି ଯେ ପୂର୍ବ ଭାରତକୁ ଛାଡି ସମ୍ପୂର୍ଣ୍ଣ ଭାରତରେ ସୂର୍ଯ୍ୟ ପରାଗ ଦେଖାଯିବ। ତେବେ ପରାଗର ସମୟ, ସୂତକ କାଳ ସମ୍ପର୍କରେ ଆସନ୍ତୁ ଜାଣିବା।
ସୂଚନା ଅନୁଯାୟୀ, କାର୍ତ୍ତିକ ମାସରେ ଅକ୍ଟୋବର ୨୫ (ମଙ୍ଗଳବାର) ଦିନ ସମସ୍ତ ରାଜ୍ୟରେ ଆଂଶିକ ସୂର୍ଯ୍ୟଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଦେଖାଯାଇପାରିବ । ଗ୍ରହଣ ଅପରାହ୍ନ ୨.୨୮ ରୁ ଆରମ୍ଭ ହେବ ଏବଂ ଅପରାହ୍ନ ୪.୨୯ ରେ ଏହାର ଶିଖରରେ ରହିବ ।ଏହା ସନ୍ଧ୍ୟା ୬.୩୨ ପର୍ୟ୍ୟନ୍ତ ଚାଲିବ । ତେଣୁ, ମନ୍ଦିର ଏବଂ ଘରେ ଦେବନୀତି ଗ୍ରହଣ ଶେଷ ପର୍ଯ୍ୟନ୍ତ ନିଷେଧ କରାଯିବ ।