ନ୍ୟୁଜ୍ରାଜ୍ୟ

ରାଜ୍ୟର ବିଭିନ୍ନ କୋର୍ଟରେ ବିଚାରଧୀନ ରହିଛି ୧୯ ଲକ୍ଷରୁ ଅଧିକ ମାମଲା

ସତ୍ୟଶିଖା(ଭୁବନେଶ୍ୱର) ୦୮ .୧୨.୨୦୨୧:  ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ କୋର୍ଟରେ ୧୯ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଛି । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ବିଚାରାଧୀନ ମାମଲାର ଶୁଣାଣି ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଜାଣିବାକୁ ଚେଷ୍ଟା କରୁଥିବା ବିଜେଡି ବିଧାୟକ ଅନନ୍ତ ଦାସଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ୧୭,୬୮,୭୦୪ ମାମଲା ବିଚାରାଧୀନ ଅଛି। । ଏହା ବ୍ୟତୀତ କେବଳ ଓଡ଼ିଶା ହାଇକୋର୍ଟରେ ମୋଟ ୧,୮୭,୦୨୮ ମାମଲା ବିଚାରାଧୀନ ଅଛି।

ବକେୟା ମାମଲା ଗୁଡିକର ଆଶୁ ଫଇସଲା କରିବା ପାଇଁ ହାଇକୋର୍ଟ ଏରିଅର ଏବଂ ମିଶନ ମୋଡ କମିଟି ଗଠନ କରି ବିଚାରଧୀନ ମାମଲା ଗୁଡିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ଏବଂ ଏଥି ସହିତ ଉଚ୍ଚନ୍ୟାୟାଲୟ ଜିଲ୍ଲାଜଜମାନଙ୍କୁ ପଡି ରହିଥିବା ମାମଲା ଗୁଡିକର ଶୀଘ୍ର ପଇସଲା କରିବା ପାଇଁ ନିୟମିତ ବ୍ୟବଧାନରେ ନିର୍ଦେଶ ଦେଉଥିବା ସେ ବିଧାନସଭାରେ ସୂଚନା ଦେଇଛନ୍ତି ।

Show More
Back to top button