ହାତୀ ଦାନ୍ତ ରାକେଟ୍‌ର ପର୍ଦ୍ଦାଫାଶ : ୨ଟି ଦାନ୍ତ ଜବତ, ଜଣେ ଗିରଫ

ସତ୍ୟଶିଖା ( ଭୁବନେଶ୍ୱର )୧୧/୧୦ /୨୦୨୧: ଦେବଗଡ ଜିଲ୍ଲା ପୋଲିସ  ସୋମବାର ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ଗ୍ରାମର ସୁନୀଲ ପୋଢ। ସୁନୀଲ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ପ୍ରଭାଶୁଣୀ ଗ୍ରାମରେ ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା କରୁଥିବାବେଳେ ପୋଲିସ ଛଦ୍ମବେଶରେ ବ୍ୟବସାୟୀ ବେଶରେ ପହଞ୍ଚି ତାକୁ ହାତୀ ଦାନ୍ତ ସହ ଧରିଥିଲେ।

ହାତୀ ଦାନ୍ତ ଦୁଇଟିର ଓଜନ ଦୁଇ କେଜି ତିନି ଶହ ଗ୍ରାମ୍ ହୋଇଥିବା ବେଳେ ଏହାକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହାତୀ ଦାନ୍ତ ଜବତ ପରେ ଏହି ହାତୀକୁ କେଉଁ ଅଞ୍ଚଳରେ ହତ୍ୟା କରାଯାଇଥିଲା ? କିଏ ହତ୍ୟା କରିଥିଲା ? ଏହି ରାକେଟ ପଛରେ କାହାର ହାତ ରହିଛି ? ଏ ନେଇ ପୋଲିସ ତଦନ୍ତ କରୁଛି ।

Exit mobile version