ସତ୍ୟଶିଖା (ଭୁବନେଶ୍ବର) ୨୪/୧୧/୨୦୨୦ : ବିଜୁଳି ଶୁଳ୍କକୁ ନେଇ ଯାବତୀୟ ବିବାଦ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିଜୁଳି ଶୁଳ୍କ ନିର୍ଦ୍ଧାରଣ, ସ୍ଲାବ ପରିବର୍ତ୍ତନ, ବିଜୁଳି ବିତରଣକାରୀ ସଂସ୍ଥା (ଡିସକମ୍)ଗୁଡ଼ିକ ଯୋଗାଉଥିବା ସେବାକୁ ନେଇ ଲୋକମାନେ ଅସୁଖୀ । ମାତ୍ର ଡିସକମଗୁଡ଼ିକୁ ବିଜୁଳି ଯୋଗାଉଥିବା ସରକାରୀ ସଂସ୍ଥା ଗ୍ରିଡ୍କୋ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ କେବଳ ସରକାରଙ୍କ ଉପରେ ଚାପ ବଢ଼ୁନାହିଁ, ଖାଉଟି ମଧ୍ୟ ଟିକସ ବୋଝ ବୋହିବାକୁ ବାଧ୍ୟ ହେଉଛନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭୂଷଣ ଗ୍ରୁପ୍ ଅଫ୍ କମ୍ପାନୀ ରାଜ୍ୟରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ୨୦୦୨ ମଇ ମାସରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଥିଲା । ଭୂଷଣ ଗ୍ରୁପ୍ ଅଧୀନସ୍ଥ ଭୂଷଣ ଲି. (ପରବର୍ତ୍ତୀ ସମୟରେ ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ ଲି.) ଓ ଭୂଷଣ ଷ୍ଟିଲ୍ ଏଣ୍ଡ ଷ୍ଟ୍ରିପ୍ସ ଲି. (ପରବର୍ତ୍ତୀ ସମୟରେ ଭୂଷଣ ଷ୍ଟିଲ୍ ଲି.) ଦୁଇଟି ଇସ୍ପାତ କାରଖାନା ବସାଇବାକୁ ସ୍ଥିର ହୋଇଥିଲା । ଏହା ସହିତ ଇସ୍ପାତ କାରଖାନାର ବିଜୁଳି ଚାହିଦା ମେଣ୍ଟାଇବା ପାଇଁ ଏକ ନିଜସ୍ବ ପ୍ଲାଣ୍ଟ (କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ) ବସାଇବା ପାଇଁ ଏହି ଚୁକ୍ତିପତ୍ରରେ ଉଲ୍ଲେଖ କରିଥିଲା । କମ୍ପାନୀ ନିଜ ସିପିପିରେ ଉତ୍ପାଦନ କରୁଥିବା ବିଜୁଳି ବଳକା ହେଲେ ତାହାକୁ ବିକ୍ରି କରିବାକୁ ଏକ ପାୱାର ପରଚେଜ୍ ଏଗ୍ରିମେଣ୍ଟ (ପିପିଏ) କରାଯିବାକୁ ଚୁକ୍ତିପତ୍ରରେ ବ୍ୟବସ୍ଥା ରଖାଯାଇଥିଲା ।
ବିଜୁଳି ଖାଉଟିଙ୍କ ଉପରେ ଶୁଳ୍କ ବୋଝ : GRIDCO
