ଦେଶରାଜ୍ୟ

ଦେଶରେ ନିର୍ବାଚନୀ ପ୍ରସ୍ତୁତି: ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଓଡିଶା କ୍ୟାଡର ଅଫିସର

ସତ୍ୟଶିଖା(ଭୁବନେଶ୍ଵର) ୦୯.୦୩.୨୦୨୧: ଦେଶରେ ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୮୨୪ ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ ୨୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୯ ରେ ସରିବ । ମେ ରେ ଭୋଟ ଗଣତି ହେବ । ନିର୍ବାଚନ ପରିଚାଳନା ଲାଗି ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଏଥିରେ ଓଡ଼ିଶା କ୍ୟାଡରର ଆଇଏଏସ ଓ ଆଇପିଏସଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ।

ଓଡିଶା କ୍ୟାଡର ଆଇଏଏସ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାଞ୍ଚଳ ଆରଡିସି ସଚିବ ଧନଞ୍ଜୟ ହେମ୍ବ୍ରମ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ, ଓଡିଶା ରାଜ୍ୟ ମାନବ ଅଧିକାର କମିଶନର ସଚିବ ସୁନୀଲ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ବେଣୁଧର ବେହେରା, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହାସହ ଏସଏସଇପିଡି ବିଭାଗର କମିଶନର ତଥା ଶାସନ ସଚିବ ଭାଷ୍କର ଜ୍ୟୋତି ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, କୃଷି ନିର୍ଦ୍ଦେଶକ ଏମ୍‍.ମୁଥୁକୁମାର, ଶ୍ରମ କମିଶନର ଏନ୍‍.ଥିରୁମାଲା ନାୟକ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ.ଜି, ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ପାର୍ଥ ସାରଥି ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପବିତ୍ର ମଣ୍ଡଳ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ ଦାୟିତ୍ୱରେ ଅଛନ୍ତି ।

ଅନ୍ୟପକ୍ଷେ ଅସୀତ କୁମାର ପାଣିଗ୍ରାହୀ, ସତ୍ୟଜିତ୍‍ ନାୟକ, ନୀତି ଶେଖର, ସଫିନ ଅହମ୍ମଦ କେ, ପରିବହନ କମିଶନ ସଞ୍ଜୀବ ପଣ୍ଡା, ହିମାଂଶୁ କୁମାର ଲାଲ, ଅଶ୍ବିନୀ କୁମାର ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରି ଭାରତର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବେ ।

Show More
Back to top button