ସତ୍ୟଶିଖା (ମୁମ୍ବାଇ) ୧୭/୧୨/୨୦୨୦ : ଟିଭି ସିରିଏଲ ଓ ଫିଲ୍ମ ନିର୍ମାତା ଏକତା କପୁର ଏକ ଫଟୋ ସେୟାର୍ କରିଛନ୍ତି । ଏକତାଙ୍କ ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି । ସେ ‘ଅସୁର’ ନିର୍ମାତା ତନବୀର ବୁକଵାଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସହ ସେ କ୍ୟାପ୍ସନ ବି ଦେଇଛନ୍ତି । ଫଟୋ ସେୟାର କରି ସେ ଲୋକଙ୍କୁ ଚକିତ କରିଦେଇଛନ୍ତି । ଲୋକେ ବର୍ତ୍ତମାନ ବୁଝି ପାରୁନାହାନ୍ତି ଯେ ଉଭୟ ସତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନା ମିଶିକି କୌଣସି ୱେବସିରିଜ୍ କରୁଛନ୍ତି । ଫଟୋରେ ତନବୀର ଯେଉଁ କମେଣ୍ଟ ଦେଇଛନ୍ତି ତାହା ଲୋକଙ୍କ ସନ୍ଦେହକୁ ଦୃଢ କରିଛି ।
https://www.instagram.com/p/CI0REvjgbp2/?utm_source=ig_embed
ଏକତା କପୁରଙ୍କ ବନ୍ଧୁ ତନବୀର ବୁକଵାଲା ଜଣେ ବହୁତ ବଡ ଲେଖକ । ସେ ଡିଙ୍ଗ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡର୍ ମଧ୍ୟ ଅଛନ୍ତି । ତନବୀରଙ୍କ ଇନଷ୍ଟାଗ୍ରାମରେ ଏକତାଙ୍କର ଅନେକ ଫଟୋ ଅଛି । ନିଜେ ଏକତା ମଧ୍ୟ ଫଟୋରେ କମେଣ୍ଟ କରିଛନ୍ତି ।