ରାଜ୍ୟ

ମେ’ ୧୦ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୫.୨୦୨୧:  ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଆକଳନ କରିନାହିଁ । ଗତ ବର୍ଷ ମେ’ ମାସ ୧୩ ତାରିଖରେ ଦକ୍ଷିଣ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିଲା, ଯାହା ୧୮ ତାରିଖରେ ବାତ୍ୟାର ରୂପ ନେଇଥିଲା ।

 

Show More
Back to top button