

ସତ୍ୟଶିଖା(କର୍ଣ୍ଣାଟକ ) ୨୮.୧୨.୨୦୨୧: କର୍ଣ୍ଣାଟକର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୮୦ ଜଣ ପିଲା ଅସୁସ୍ଥ ହୋଇପଡିଛନ୍ତି । ମଧ୍ୟାହ୍ନ ଭୋଜନରେ ଏକ ମଲା ଝିଟିପିଟି ମିଳିବା ପରେ ଛାତ୍ରମାନେ ଅସୁସ୍ଥ ହୋଇପଡିଥିବାର ଏକ ମାମଲା ସାମ୍ନାକୁ ଆସିଛି।ଏହି ମାମଲା କର୍ଣ୍ଣାଟକର ହାଭେରୀ ଜିଲ୍ଲାର।
ସୁଚନା ଅନୁସାରେ, ଟଣ୍ଡା ଗାଁର ଭେଙ୍କଟାପୁରାରେ ଥିବା ଏକ ସରକାରୀ ବିଦ୍ୟାଳୟର ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଏକାଥରକେ ୮୦ ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ ପରେ ଏହାର କାରଣ ଜଣାପଡ଼ିଥିଲା ଯେ ଖାଦ୍ୟ ରନ୍ଧା ସମୟରେ ଏକ ମଲା ଝିଟିପିଟିରେ ପଡ଼ିଯାଇଥିଲା ।
ପରେ ଅସୁସ୍ଥ ଥିବା ସମସ୍ତ ୮୦ ଛାତ୍ରଙ୍କୁ ରାନିବେନୁର ଅଚଂଳର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ବିଦ୍ୟାଳୟ ପ୍ରଶାସନ ଅନୁଯାୟୀ, ସମସ୍ତ ଛାତ୍ର ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ବର୍ତ୍ତମାନ ସୁସ୍ଥ ଅଛନ୍ତି।
ଏଥି ସହିତ ଅବହେଳା ହେତୁ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହାପୂର୍ବରୁ ତାମିଲନାଡୁର ଏକ ସରକାରୀ ବିଦ୍ୟାଳୟରେ ପୋକ ପଡ଼ିଥିବା ସଢା ଅଣ୍ଡା ମିଳିଥିଲା। ଏହି ଅଣ୍ଡାଗୁଡ଼ିକ ମଧ୍ୟାହ୍ନ ଭୋଜନରେ ବାଳାଶ୍ରମର ଛାତ୍ରମାନଙ୍କୁ ବଣ୍ଟନ କରାଯାଇଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।