ସତ୍ୟଶିଖା(ପଦ୍ମପୁର) ୦୯/୧୨/୨୦୨୦ : ଚାଷୀଙ୍କ ସୁବିଧା ପାଇଁ ସରକାର ଖୋଲିଛନ୍ତି ମଣ୍ଡି । ହେଲେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗିଁ ଓ କଟନି ଛଟନି ପାଇଁ ଚାଷୀ ଧାନକୁ ବିକିବାରେ ଅସୁବିଧା ଭୋଗୁଛି । ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକରେ । ଏହି ବ୍ଲକର ଶେଷ ସୀମାରେ ରହିଛି ଡାଙ୍ଗବାହାଲ ସମବାୟ ସମିତି । ୪ଟି ଗ୍ରାମପଂଚାୟତର ଚାଷୀ ଏହି ସମିତି ଉପରେ ନିର୍ଭର କରିଥାନ୍ତି । ଏହି ମଣ୍ଡିରେ ଖୋଲା କାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ । ଚାଷୀମାନେ ଦୀର୍ଘ ଆଠରୁ ଦଶଦିନ ଧରି ଧାନ ମଣ୍ଡିରେ ପକାଇଥିଲେ ମଧ୍ୟ ଏହା ବିକ୍ରୀ ହୋଇପାରୁନାହିଁ ।