ସତ୍ୟଶିଖା (ଖୋର୍ଦ୍ଧା) ୨୫/୧୧/୨୦୨୦ : ମଙ୍ଗଳବାର ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରସରକୁ ୧୮ଟି ହାତୀ ପଶି ଆସିଥିଲେ । ରାତିରେ ହଠାତ ଡ଼ାକ୍ତରଖାନା ଭିତରକୁ ହାତୀ ଆସିବାରୁ ରୋଗୀ, କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ୧୮ଟି ହାତୀ ମଧ୍ୟରୁ ୧୪ଟି ବଡ଼ ଓ ୪ଟି ଛୋଟ ହାତୀ ରହିଛନ୍ତି । ବର୍ତ୍ତମାନ ଲୋକ ଏବଂ ଗାଡ଼ି ଯାତାୟତ କରୁଥିବାରୁ ସନ୍ଧ୍ୟା ପରେ ହାତୀକୁ ଚନ୍ଦକାକୁ ନେବା ପାଇଁ ଅଭିଯାନ ଆରମ୍ଭ କରିବ ବନ ବିଭାଗ ।
ସୂଚନା ଅନୁଯାୟୀ, ହାତୀମାନେ ଡାକ୍ତରଖାନାର ସୀମା କାନ୍ଥ ଭାଙ୍ଗି ଡାକ୍ତରଖାନା ପରିସରରେ ପ୍ରବେଶ କରିଥିଲେ । ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହାତୀମାନେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଭିତରେ ଅବସ୍ଥିତ କାଜୁ ବଗିଚା ଭିତରେ ଥିବା ଦେଖିବାକୁ ମିଳିଛି ।