ଧର୍ମରାଜ୍ୟ

ନିରାଡମ୍ବର ଭାବେ ଇଦ୍-ଉଲ-ଫିତର ପାଳିତ, ସାମୂହିକ ନମାଜ ପାଠ ବନ୍ଦ

ସତ୍ୟଶିଖା(ଭୁବନେଶ୍ୱର) ୧୪ .୦୫.୨୦୨୧: ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ କଟକଣା ଜାରି ହୋଇଥିବାରୁ ନିରାଡମ୍ବର ଭାବେ ପାଳିତ ହେଉଛି ଇଦ ଉଲ ଫିତର` ।

ଦାନ ଓ ଧର୍ମର ପର୍ବ ହେଉଛି ଇଦ ଉଲ ଫିତର । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀମାନେ ପୂର୍ବରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ରୋଜା ରଖନ୍ତି । ରାତିରେ ଅତିରିକ୍ତ ନମାଜ ପଢିବା  ସହ ତରାବି ପଢନ୍ତି । ମାସେ କାଳ ରୋଜା ରଖିବା ପରେ ଶେଷ ଦିନ ଇଫତାର କରନ୍ତି ।

ଏଥର କଟକଣା ପାଇଁ ଭଦ୍ରକ ସହରର ଇଦଗାହା ଠାରେ ସାମୁହିକ ନମାଜ ପାଠ ହେଉ ନାହିଁ । ବିଧି ଅନୁଯାୟୀ ପ୍ରଶାସନିକ ଅନୁମତି ଯୋଗୁଁ ମାତ୍ର ୫ ଜଣ ନମାଜ ପାଠ କରିଛନ୍ତି । ସମସ୍ତ ମସଜିଦରେ ମଧ୍ୟ ଅନୁରୂପ ଭାବେ ଇଦ ଉଲ ଫିତର ପାଳିତ ହେଉଛି ।

Show More
Back to top button