ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ଶୀତ ଦିନ ଆସିଲା ପରେ ପୁଣି ଅଣ୍ଡା ଦାମ ବୃଦ୍ଧି ପାଇଛି । ଅଣ୍ଡାର ବଜାର ମୂଲ୍ୟ ଗତ ୩-୪ ବର୍ଷର ରେକର୍ଡ ଭାଙ୍ଗିବା ଉପରେ । ଡିସେମ୍ବର ୨୦ ତାରିଖରେ ଅଣ୍ଡାର ଓପନ୍ ମାର୍କେଟ୍ ରେଟ୍ ଗତ ୩ ବର୍ଷର ଅଫିସିଆଲ୍ ରେଟର ରେକର୍ଡ ଭାଙ୍ଗିଛି । ଦିନେ ପୂର୍ବରୁ ଦେଶର ସବୁଠାରୁ ବଡ ବରବାଲା ମଣ୍ଡିରେ ଓପନ୍ ମାର୍କେଟରେ ୧୦୦ ଟି ଅଣ୍ଡାକୁ ୫୫୦ ଟଙ୍କାରେ ବିକ୍ରି ହୋଇଛି । ଅଫିସିଆଲ ରେଟ୍ ୫୨୧ ଟଙ୍କା ଥିଲା | ୩ ବର୍ଷ ପୂର୍ବରୁ ଅଣ୍ଡାର ଅଫିସିଆଲ୍ ମୂଲ୍ୟ ୫୪୩ ଟଙ୍କା ଥିଲା । ବରବାଲା ମଣ୍ଡିରେ ଅଫିସିଆଲ୍ ଦାମ୍ ଆହୁରି ଉପରକୁ ଯିବାର ସମ୍ଭାବନା ରହିଛି ।
ମହଙ୍ଗା ହେଲା ଅଣ୍ଡା ଶୀତ ଦିନରେ
