ସତ୍ୟଶିଖା( ନୂଆଦିଲ୍ଲୀ )୨୬.୦୭ . ୨୦୨୨: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବେ। ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିବ। ଜୁନ ୨୧ରେ ଏହି ମାମଲାରେ ଇଡିର ଅଧିକାରୀମାନେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲେ।
ଜେରା ପାଇଁ ଆସୁଥିବାରୁ ଦିଲ୍ଲୀରେ ଥିବା ଇଡି ଅଫିସ ଚାରିପାଖରେ ବ୍ୟାରିକେଡ କରାଯାଇଛି। ସେହିପରି ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ସୋନିଆଙ୍କୁ ଜେରା କରାଯିବା ବେଳେ କଂଗ୍ରେସ କର୍ମୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ। କିଛି ସ୍ଥାନରେ କଂଗ୍ରେସ କର୍ମୀମାନେ ଟ୍ରେନ ଅଟକାଇବା ସହ ରାସ୍ତାରୋକ କରି କାର ଜାଳି ଦେଇଥିଲେ। ସୋନିଆଙ୍କୁ ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଫସାଇବାକୁ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ମଧ୍ୟ ସୋନିଆଙ୍କୁ ଜେରା କରିବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯିବ।