

ସତ୍ୟଶିଖା( ଭୁବନେଶ୍ୱର )୦୬ .୦୭ . ୨୦୨୨: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବରେ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତ ବର୍ଷ ପରୀକ୍ଷାରେ ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ବୁଧବାର ଦିନ ବୋର୍ଡ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ-୨୦୨୨ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଛନ୍ତି ।
http://bseodisha.ac.in, http://bseodisha.nic.in ରେଜଲ୍ଟ ଉପଲବ୍ଧ । ଅପରାହ୍ଣ ୨ଟା ପରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ । SMS ଜରିଆରେ ମଧ୍ୟ ଆପଣ ପାଇପାରିବେ ମାଟ୍ରିକ୍ ପରୀକ୍ଷା ଫଳ । OR10 SPACE ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS କଲେ ଫଳ ପାଇହେବ ।