ସତ୍ୟଶିଖା ( ଭୁବନେଶ୍ୱର ) ୩୧.୦୭.୨୦୨୦ : ଆମ ଘରେ ଏମିତି ଅନେକ ଜିନିଷ ଥାଏ ଯାହା ଜରିଆରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବା | ସେଥିରୁ ଗୋଟିଏ ହେଲା ବୁଟ | ବୁଟ ସାଧାରଣତଃ ସମସ୍ତଙ୍କ ଘରେ ଉପଲବ୍ଧ | ବୁଟର ଅନେକ ଗୁଣ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର | ବୁଟ ଓଜନ କମ କରିବାରେ ସହାୟକ ହୋଇଥାଏ | ବୁଟ କୋଲେଷ୍ଟ୍ରୋଲ ଲେଭଲ କମ କରିବାରେ ମଧ୍ୟ ସହାୟକ ହୋଇଥାଏ |
ବୁଟ ଖାଇଲେ କଣ ଫାଇଦା ଅଛି ଜାଣନ୍ତୁ :
# ବୁଟରେ ବହୁ ପରିମାଣରେ ପ୍ରୋଟିନ ରହିଛି | ବୁଟରେ ଫାଇବର ରହିଛି ଯାହା ସହଜରେ ହଜମ ମଧ୍ୟ ହୋଇଥାଏ |
# ଯେଉଁମାନଙ୍କୁ ନିଜ ଶକ୍ତି ବୃଦ୍ଧି କରିବାର ଥାଏ କିମ୍ବା ଯେଉଁମାନେ ଜିମ ଯାଉଥାନ୍ତି ସେମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଥାଏ |
# ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଆପଣ ଗୁଡ ସହିତ ବୁଟ ମିଶାଇ ଖାଇପାରିବେ |
# ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ |
# ବୁଟରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ସେଥିପାଇଁ ଶିଶୁଙ୍କୁ ମଧ୍ୟ ବୁଟ ଦେବା ଉଚିତ | ବଢ଼ିଲା ଶିଶୁଙ୍କ ପାଇଁ ବୁଟ ଅତ୍ୟନ୍ତ ଉପାଦେୟ |
# ଏହା ବଢ଼ିଲା ଶିଶୁଙ୍କ ମଧ୍ୟରେ ଆବଶ୍ୟକୀୟ ପ୍ରୋଟିନ ଓ ଏନେର୍ଜି ପୁରା କରିଥାଏ |
# ସିଝା ବୁଟ କିମ୍ବା ଗଜା ବୁଟ ଅତ୍ୟନ୍ତ ହିତକର | ଏହାଦ୍ୱାରା ଏଞ୍ଜାଇମ୍ସ ମିଳିଥାଏ ଓ ସହଜରେ ହଜମ ମଧ୍ୟ ହୋଇଥାଏ |
# ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ |
# ବୁଟରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ସେଥିପାଇଁ ଶିଶୁଙ୍କୁ ମଧ୍ୟ ବୁଟ ଦେବା ଉଚିତ | ବଢ଼ିଲା ଶିଶୁଙ୍କ ପାଇଁ ବୁଟ ଅତ୍ୟନ୍ତ ଉପାଦେୟ |ଏହା ବଢ଼ିଲା ଶିଶୁଙ୍କ ମଧ୍ୟରେ ଆବଶ୍ୟକୀୟ ପ୍ରୋଟିନ ଓ ଏନେର୍ଜି ପୁରା କରିଥାଏ |
# ସିଝା ବୁଟ କିମ୍ବା ଗଜା ବୁଟ ଅତ୍ୟନ୍ତ ହିତକର | ଏହାଦ୍ୱାରା ଏଞ୍ଜାଇମ୍ସ ମିଳିଥାଏ ଓ ସହଜରେ ହଜମ ମଧ୍ୟ ହୋଇଥାଏ |
# ମଧୁମେହ ରୋଗୀଙ୍କ ପାଇଁ ସୁଗାର ଲେଭଲ ନିୟନ୍ତ୍ରଣ କରିବା ପାଇଁ ବୁଟ ଓ ବୁଟ ଅଟାରେ ତିଆରି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ |