ଦେଶ

ପୁଣି ରାମ ଜନ୍ମଭୂମିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କେପି ଓଲି l

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୯.୦୮.୨୦୨୦ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଉଛନ୍ତି । ଏହାରି ଭିତରେ ପୁଣିଥରେ ରାମ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଓଲି । କେପି ଓଲି ଅଯୋଧ୍ୟାକୁ ରାମ ଜନ୍ମଭୂମି ବୋଲି ମାନିବାକୁ ନାରାଜ । ଏହାସହ ଭଗବାନ ରାମଙ୍କ ଜନ୍ମଭୂମି ଭାରତ ନୂହେଁ ବରଂ ନେପାଳ ଓ ଏନେଇ ପ୍ରମାଣ ଅଛି ବୋଲି ଦାବି କରିଛନ୍ତି କେପି ଓଲି । ଅନ୍ୟପଟେ କେପି ଓଲି ନେପାଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭଗବାନ ରାମଙ୍କ ଜନ୍ମ ନେପାଳରେ ହୋଇଥିଲା ଦାବି କରିବା ସହ ପ୍ରମାଣ ପାଇବାକୁ କାର୍ଯ୍ୟ ଆରମ୍ଭ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେପି ଓଲି । ନେପାଳ ଏଭଳି କାରନାମା ଆରମ୍ଭ ହେଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5ରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରି ଶିଳାନ୍ୟାସ କରିଥିଲେ ।

ଗୋଟିଏ ପଟେ ନେପାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବାରେ ବ୍ୟସ୍ତ  । ଏହି ସମୟରେ ନେପାଳବାସୀଙ୍କୁ ବିଶ୍ୱାସ ଦେଉଛନ୍ତି ଯେ ଭଗବାନ ରାମଙ୍କ ଜନ୍ମଭୂମି ମାଦି ନଗର ନିଗମ ଅଞ୍ଚଳର ଅଯୋଧ୍ୟାପୁରୀ ।

Show More
Back to top button