ହିମାଚଳପ୍ରଦେଶରେ ଭୂକମ୍ପ ଝଟକା

ସତ୍ୟଶିଖା( ଶିମଲା) ୦୮.୦୫.୨୦୨୧: ହିମାଚଳପ୍ରଦେଶର ଧର୍ମଶାଳାରେ ଶନିବାର ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩ ରେକର୍ଡ କରାଯାଇଛି। ଏନସିଏସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।
ଏହାପୂର୍ବରୁ ମେ’୫ରେ ଆସାମର ସୋନିତପୁରରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଥିଲା। ସେହିପରି ୨୮ ଏପ୍ରିଲରେ ଆସାମରେ ହୋଇଥିବା ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୬.୪ ରେକର୍ଡ କରାଯାଇଥିଲା।

Exit mobile version