ଦେଶ
ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାଶ


ଅମୃତସର: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୯ ଆଜି ପଞ୍ଜାବର ହୋଶିଆରପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ରହିଛନ୍ତି। ଆଜି ସକାଳ ୧୦.୪୫ରେ ମିଗ-୨୯ ଯୁଦ୍ଧ ବିମାନ ଜଲନ୍ଧର ସ୍ଥିତ ଏୟାର ବେସ୍ରୁ ଟ୍ରେନିଂ ମିଶନରେ ବାହାରିଥିଲା।
ଆହୁରି ପଢ଼ନ୍ତୁ
ଉଡ଼ାଣ କିଛି ସମୟରେ ହଠାତ୍ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ତଳକୁ ଖସିବା ପୂର୍ବରୁ ପାଇଲଟ ଜଣଙ୍କ ସୁରକ୍ଷିତ ଭାବେ ଆକଶ ଛତା ଦ୍ୱାରା ବାହାରକୁ ଚାଲିଆସିଥିଲେ। ବିମାନଟି ତଳେ ପଡ଼ିବା କ୍ଷଣି ଏଥିରେ ନିଆଁ ଲାଗିଯାଇଥିଲା ଓ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଥିଲେ।
ଖବର ପାଇ ହେଲିକପ୍ଟର ଦ୍ୱାରା ବିମାନର ପାଇଲଟଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। କେମିତି ଓ କାହିଁକି ଏହି ଦୁର୍ଘଟଣା ଘଟିଲା, ତା’ର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।