Uncategorizedଦେଶବିଦେଶ

ପ୍ରତିବର୍ଷ ବାୟୁ ପ୍ରଦୂଷଣ ଯୋଗୁ ଯାଉଛି ୭୦ଲକ୍ଷ ଜୀବନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୩.୦୯ .୨୦୨୧:  ବାୟୁ ପ୍ରଦୁଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚାଞ୍ଚଲ୍ୟକର ରିପୋର୍ଟ । ବିଷ ପାଲଟୁଛି ପବନ । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ଯାଉଛି ୭୦ଲକ୍ଷ ଲୋକଙ୍କ ଜୀବନ । ବାୟୁ ପ୍ରଦୂଷଣ ଯୋଗୁଁ ଭୟଙ୍କର ଭାବେ ପ୍ରଭାବିତ ହେଉଥିବା ଲୋକଙ୍କ ସୁରକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରିବର୍ତିତ ବାୟୁମାନକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ବାୟୁ ପ୍ରଦୂଷଣର ଛଅଟି ମୁଖ୍ୟ ପ୍ରଦୂଷକର ସ୍ତର କେତେ ରହିଲେ ବିପଦଜନକ ସେ ନେଇ ଗାଇଡଲାଇନରେ କୁହାଯାଇଛି । ୨୦୦୫ରେ ହୁ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପରିବର୍ତନ କରାଯାଇଛି ।

ନୂଆ ଗାଇଡଲାଇନ ଅନୁସାରେ ବାୟୁରେ କ୍ଷତିକାରକ ଧୂଳିକଣା ପିଏମ ୨.୫ର ସ୍ତର ୫ ରହିଲେ ବିପଦଜନକ । ପୂର୍ବରୁ ଏହା ୧୦ ଥିଲା । ପିଏମ ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି ଦର୍ଶା ଯାଇଛି । ପୂର୍ବରୁ ଏହି ସ୍ତର ୨୦ ଥିଲା । ସେହିପରି ବାୟୁରେ ନାଇଟ୍ରୋଜେନର ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ । ପୂର୍ବରୁ ଏହା ୪୦ ରହିଥିଲା । ହୁର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି ,ସେଥିରୁ ୮୦ ପ୍ରତିଶତ ମୃତ୍ୟୁ କେବଳ ପିଏମ ୨.୫ ଯୋଗୁଁ ହେଉଛି । ବାୟୁ ପ୍ରଦୂଷଣକୁ କମାଇବା ପାଇଁ ପୂର୍ବରୁ ଭାରତ କାମ କରୁଛି । ୨୦୨୪ ସୁଦ୍ଧା ୨୦ ରୁ ୩୦ପ୍ରତିଶତ ବାୟୁ ପ୍ରଦୂଷଣ କମାଇବା ପାଇଁ ଲକ୍ଷ୍ୟ ରଖିଛି ଭାରତ ।

 

Show More
Back to top button