ନ୍ୟୁଜ୍ରାଜ୍ୟ

ଭୁବନେଶ୍ୱରର ୭ଟି ସ୍ଥାନରେ ଲାଗିବ ଇ-ଯାନ ଚାର୍ଜିଂ ସେଣ୍ଟର

ସତ୍ୟଶିଖା(ଭୁବନେଶ୍ୱର )୨୫.୧୦ .୨୦୨୧:  ରାଜଧାନୀ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଇ-ଯାନ ଦେଖିବାକୁ ମିଳିବ । ତେବେ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଚାର୍ଜିଂ ଷ୍ଟେସନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ) ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଉଦ୍ୟମ ଚାଲିଛି । ସହରର ୭ଟି ସ୍ଥାନରେ ଇ-ଚାର୍ଜିଂ ସେଣ୍ଟନ ସ୍ଥାପନ କରାଯିବା ସହ ଏଥିରେ ଉଭୟ ଦ୍ରୁତ ଚାର୍ଜିଂ ଓ ଧୀର ଚାର୍ଜିଂ ସୁବିଧା ରହିବ । ତେବେ ସିଆରପି ପାଖ କ୍ରିଷ୍ଣା ପ୍ଲାଜା ଛକରେ ଗୋଟିଏ ସ୍ଲୋ ଚାର୍ଜିଂ ଷ୍ଟେସନ ସ୍ଥାପନ ହେବା ସହ ୧୦ କିଲୋୱାଟ କ୍ଷମତାର ୩ଟି ଇଲୋକ୍ଟ୍ରିକ ଚାର୍ଜର ଲାଗିବ । ସେହିପରି ପାତ୍ରପଡ଼ା ଡିଏନ ରେଗାଲିଆରେ ୩ଟି ସ୍ଲୋ ଇଭି ଚାର୍ଜର, ରସୁଲଗଡ଼ରେ ୩ଟି ସ୍ଲୋ ଇଭି ଚାର୍ଜର, ସମ ହସ୍ପିଟାଲ ପାଖରେ ୫ଟି ସ୍ଲୋ ଇଭି ଚାର୍ଜର, କିଟ ଅଞ୍ଚଳରେ ଦୁଇଟ ଫାଷ୍ଟ ଇଭି ଚାର୍ଜର, ରସୁଲଗଡ଼ ଏସପ୍ଲାନେଡରେ ୬ଟି ଫାଷ୍ଟ ଚାର୍ଜର ରହିବ । ସହରର ୭ଟି ସ୍ଥାନରେ ମୋଟ ୨୮ଟି ଇଭି ଚାର୍ଜର ଲାଗିବ । ଟେଣ୍ଡର ନେଇଥିବା ସଂସ୍ଥା ଏହି ଚାର୍ଜିଂ ଷ୍ଟେସନ ଲଗାଇବା ଠାରୁ ତାର ଡିଜାଇନ, ଅପରେସନ ଦାୟିତ୍ୱ ପରିଚାଳନା କରିବ । ତେବେ ଏଥିରୁ ଆଦାୟ ଅର୍ଥରୁ କିଛି ଅଂଶ ବିଏସସିଏଲକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Show More
Back to top button