ଦେଶ

ଜୁଲାଇ ୩୧ ଯାଏ ଲକଡାଉନକୁ ବୃଦ୍ଧି କଲା ଏହି ରାଜ୍ୟ

ମୁମ୍ବାଇ: କରୋନା ହଟସ୍ସଟ ପାଲଟିଥିବା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରିକାବୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆସନ୍ତା ଜୁଲାଇ ୩୧ ତାରିଖ ଯାଏ ସମଗ୍ର ରାଜ୍ୟରେ ଲଡଡାଉନ ପାଳନ କରାଯିବ।

ସେହିପରି ‘ମିଶନ ପୁଣିଥରେ ଆରମ୍ଭ’ନାଁରେ ମହାରାଷ୍ଟ୍ର ସରକାର ଆପଣାଇଥିବା ନୀତି ଅନୁସାରେ ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଲକଡାଉନ ବେଳେ ସହର ମଧ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ କିଣା ବା କାମରେ ଯାଉଥିବା ଲୋକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯିବ। ସେହିପରି ଜରୁରୀ କାମରେ ବାହାରକୁ ଆସୁଥିବା ଲୋକଙ୍କ ପାଇଁ ମାସ୍କ, ସାମଜିକ ଦୂରତା ଓ ସ୍ୱଚ୍ଛତାକୁ ବାଧ୍ୟତାମୂଳକ କରାଯିବ। ଅଫିସ ଓ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ଯାତାୟାତରେ କୌଣସି ବି କଟକଣା ରହିବ ନାହିଁ।

ଆହୁରି ପଢ଼ନ୍ତୁ

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଇ-କର୍ମସ କାର୍ଯ୍ୟକଳାପ(ଅଣଅତ୍ୟାବଶ୍ୟକ ଓ ଅତ୍ୟାବଶ୍ୟକ), ସମସ୍ତ ପ୍ରକାରର ଶିଳ୍ପ କାର୍ଯ୍ୟକଳାପ ଓ ଖାଦ୍ୟର ହୋମ ଡେଲିଭରୀକୁ ଅନୁମତି ଦିଆଯିବ।

ସମସ୍ତ ସରକାରୀ ଅଫିସ ୧୫% କର୍ମଚାରୀ ବା ୧୫ ଜଣଙ୍କୁ ନେଇ କାମ କରିବ। ମୁମ୍ବାଇ ମେଟ୍ରୋପଲିଟାନ ରିଜନରେ ଥିବା ସମସ୍ତ ଘରୋଇ ଅଫିସ ୧୦% କର୍ମଚାରୀଙ୍କୁ ନେଇ ଖୋଲିପାରିବ। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ୫୦% ଲୋକଙ୍କୁ ନେଇ ଚାଲି ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button