ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ଇ-କମର୍ସ କମ୍ପାନୀ ଚଳିତ ପାର୍ବଣ ୠତୁରେ ନିଜର ସେଲ୍ସ ବଢାଇବା ପାଇଁ ବମ୍ପର୍ ଭର୍ତ୍ତି କରିବାକୁ ଯାଉଛି । ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ଅନେକ ଇ-କମର୍ସ କମ୍ପାନୀ ଦେଶର ପାଖାପାଖି ୩ ଲକ୍ଷ ଲୋକଙ୍କୁ ଚାକିରୀ ଦେବ । RedSeer ଅନୁଯାୟୀ, ପାର୍ବଣ ୠତୁକୁ ଦେଖି ଇ-କମର୍ସ ପ୍ଲାଟଫର୍ମ ଦ୍ୱାରା ଅସ୍ଥାୟୀ ନିଯୁକ୍ତି କରିବ । କେବଳ ସେତିକି ନୁହେଁ, ଇ-କମର୍ସ କମ୍ପାନୀର ମାଲ୍ ଲୋକଙ୍କ ଯାଏଁ ପହଞ୍ଚାଉଥିବା ଲଜିଷ୍ଟିକ୍ କମ୍ପାନୀ ଇକମ୍ ଏକ୍ସପ୍ରେସ ୩୦ ହଜାର ନୂଆ ଚାକିରୀ ଘୋଷଣା କରିଛି । ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହି କମ୍ପାନୀର ନିଯୁକ୍ତି ହେବାର ଆଶଙ୍କା ରହିଛି ।
ପାର୍ବଣ ୠତୁରେ ୩ ଲକ୍ଷ ଲୋକଙ୍କୁ ଚାକିରୀ ଦେବ ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ଏବଂ ଆମାଜନ୍ l
