

ସତ୍ୟଶିଖା(ନୂଆଦିଲ୍ଲୀ )୨୬.୦୯ . ୨୦୨୨: ରନିଂ ଟ୍ରାକ୍ ନୁହେଁ ନୃତ୍ୟ ମଞ୍ଚରେ ନଜର ଆସିବେ ଆଥଲେଟ୍ ଦୁତୀ ଚାନ୍ଦ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଟିଭିର ଡ୍ୟାନ୍ସ ରିୟଲିଟି ଶୋ ‘ଝଲକ ଦିଖଲା ଜା ସିଜନ ୧୦’ରେ ଇଣ୍ଡିଆନ ଆଥଲେଟ୍ସ ଦୁତୀ ଚାନ୍ଦଙ୍କ ଝଲକ ଦେଖିବାକୁ ମିଳିବ । କଲର୍ସର ଇନଷ୍ଟାଗ୍ରାମ ପେଜରେ ଜାରି ହୋଇଥିବା ପ୍ରମୋରେ ଦୁତୀଙ୍କ ଧମାକାଦାର୍ ଡ୍ୟାନ୍ସ ପରଫର୍ମାନ୍ସ ଦେଖିବାକୁ ମିଳୁଛି । ଦୂତୀଙ୍କ ନାଚ ଦେଖି ଦର୍ଶକଙ୍କ ସମେତ ବସିଥିବା ଜଜ୍ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଝଲକର ଏହି ପ୍ରମୋ ଭିଡ଼ିଓ ବହୁ ମଜାଦାର ରହିଛି । ଦୁତୀ ନାଚ ବ୍ୟତୀତ ଏହି ମଞ୍ଚରେ ନିଜ ଯୁବତୀ ବନ୍ଧୁଙ୍କୁ ପ୍ରେମ ନିବେଦନ କରୁଥିବା ନଜର ଆସିବେ ।
ଝଲକ ଦିଖଲା ଜା ସିଜନ ୧୦ରେ ଜଜ୍ ଥିବା ମାଧୁରୀ ଦିକ୍ଷୀତ, କରଣ ଜୋହର ଏବଂ ନୋରା ଫତେହୀ ଦୁତୀଙ୍କ ଡ୍ୟାନ୍ସ ଦେଖି ବହୁ ପ୍ରଶଂସା କରିଛନ୍ତି । ଜାରି ହୋଇଥିବା ପ୍ରମୋରେ ଦୁତୀ ମଞ୍ଚ ଉପରେ ଆସି ନିଜ କୋରିଓଗ୍ରାଫରଙ୍କ ସହ ଅମୀର ଖାନଙ୍କ ଗୀତରେ ପରର୍ଫମାନ୍ସ କରୁଛନ୍ତି । ଏହି ଶୋରେ ଦୁତୀ ଜଜ୍ ନୋରାଙ୍କ ସହ ନୃତ୍ୟ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହାପରେ ସେ ମଧ୍ୟ ତାଙ୍କ ସହ ନାଚୁଥିବା ନଜର ଆସୁଛନ୍ତି ।
ଏହାପରେ ସେ ନିଜ ପ୍ରେମକୁ ନିବେଦନ କରିଥିଲେ । ଆଉ ତାହା ବହୁ ଆକର୍ଷଣୀୟ ଥିଲା । ଷ୍ଟେଜରେ ଲାଗିଥିବା ସ୍କ୍ରିନରେ ଦୂତୀଙ୍କ ଯୁବତୀବନ୍ଧୁଙ୍କୁ ଦେଖାଯିବା ପରେ ସେ ସଙ୍ଗେ ସଙ୍ଗେ ପ୍ରେମ ନିବେଦନ କରିଥିଲେ। ଆଉ ପରେ ତାଙ୍କ ଗର୍ଲଫ୍ରେଣ୍ଡ ଲାଜେଇବାର ଦୃଶ୍ୟ ବେଶ୍ ମନୋରମ ଥିଲା ।