ଧୂଳି——–

 

ସତ୍ୟଶିଖା(ଭୁବନେଶ୍ୱର )୨୪.୧୧.୨୦୨୨: 

ଅକ୍ଷୟ କୁମାର ଜେନା

ଗଣିଆ ପୁଅ ଟା କାଲି ବିଦେଶ ରୁ ଫେରିଛି ବଡ ବଡ ଲଗେଜ ଚହଟ ଚିକଣ ପୁଅ ବୋହୂ ସାଥିରେ ନାତି ଟୋକା। ବାସ୍ନା ଖଣ୍ଡେ ଦୂରକୁ ମହକି ପଡୁଛି। ସାଇ ସାରା ଲୋକ ରୁଣ୍ଡ ହେଇ ଦେଖୁଛନ୍ତି। ଗଣିଆ ପୁଅ କାଠିଆ ଟା ମାଟ୍ରିକ ଫେଲ୍, ଗାଁ ମୁଣ୍ଡ ଖଟି ରେ ବସି ବାଳୁଙ୍ଗା ହେବା ଛଡ଼ା ତା ଜାତକ ରେ ଆଉ କିଛି ନ ଥିଲା। ଉପର ସାହି ନାଣ୍ଡି ଝିଅ ଟାକୁ ନେଇ ଫେରାର ହେଇ ଗଲାନି ଯେ ଦୁନିଆ ପାଲା ଚାଲିଲା ଗାଁ ରେ,,,, ଏକ ରେ ତ ଝିଅ ର ବୟସ ହେଇ ନ ଥିଲା ତା ପରେ ଏଇ ଅଭାଗା ଟା ତା ହାତ ଧରି ଛୁ …. ଦୁନିଆ ନ୍ୟାୟ ନିଷ୍ପିତି, କୋର୍ଟ କଚେୀରେ ହେଇ ଶେଷ ରେ କଳା ଡିହ ଖଣ୍ଡକ ବିକି ଗଣିଆ ଟା ତଣ୍ଡ ଗଣିଲା। ଦିନ ମଜୁରିଆ ନୁଆଁଣିଆ ଝାଟିମାଟି ଘର ଖଣ୍ଡକ ଚଳେଇବା ଦୁଇ ବଢିଲା ଝିଅ ଗଣିଆ କୁ ରସାନ୍ତଳ କରିଦେଲା। ଯା ହେଉ କଥା ଆଉ ଆଗକୁ ନ ଜାଇ ସେ ଯୁଗ କୁଆଡେ଼ ସବୁ ପାସୋରି ଦେଲେଣି ଅନେକ ବର୍ଷ ପରେ ସୁକୁଟା ଟା ଗୋଟେ ଅଫିସର ପରି ଦେଖା ଯାଉଥିବା ବେଳେ ନାଣ୍ଡୀ ଝିଅ ଟା ର ବି ମାଉଁସ ପୁ ଳେ ଦିହ ରେ ଲାଗି ଜଂଘା ମାଇକିନିଆ ଟେ ପରି ଦେଖା ଯାଉଛି। ଗଣିଆ ର ଆଗ ପରିସ୍ଥିତି ଆଉ ଏବେକାର ପରିସ୍ଥିତି ଆକାଶ ପାତାଳ ତଫାତ। ମାର୍ବଲ ଘର ଓ ପୁରା ଅତ୍ୟାଧୁନିକ ଛୁଙ୍କ ଦେଖିଲେ କେହିବି ସହି ପାରିବନି। ଅନେକ ଦିନ ପରେ ସୂକୁଟା କୁ ଦେଖିବା କୁ ଅନେକ ଭିଡ। ସୁକୁଟା ର ରୂପ ଭେକ ବହୁ ଟି ର ରୂପ ରଙ୍ଗ ଚେମି ଆଇ ଟା ଥଟା କରି କହୁଥାଏ ଇଲୋ ଗାଁ ଝିଅ ହେଲୁ ବୋଲି ଓଢଣା ବି ନାହିଁ ନାଲୋ ତୋର । କି ଯୁଗ ହେଲା ଲୋ ମା ନାହି ତଳକୁ ନୁଗା ନାହିଁ ଛି ଛି ଛି। ଚେମୀ ର ନାତୁଣୀ ବହୁ ଟା କେଉଁଠୁ ଥିଲା କେଜାଣି ବୁଢ଼ୀ ଟାକୁ ଟାଣି ନେଇ ଢେର୍ ଗାଳି ଦେଲା ତୁ ମରି ବାକୁ ହେଲୁଣି ତଥାପି ତୋର କଥା ଯାଉନି। ପରିସ୍ଥିତି ଦେଖି ବୁଢ଼ୀ ବି ଚୁପ୍। ଗା ଦାଣ୍ଡ ଧୂଳି ଧୂସର ଛୁଆ ଭାରି ନା ପସନ୍ଦ ଶୁକୁଟା ର। କୁନି ଦି ଅଢେଇ ବର୍ଷ ର ପିଲା ଟି ଛୋଟ ଛୋଟ ସାଇ ପିଲା ଙ୍କ ଖେଳ କୁଦ ଦେଖି ପଘା ଛିଡେଇ ରହଣି ଭିତରେ ବାରମ୍ବାର ଦୌଡୁ ଥାଏ। କିନ୍ତୁ ବାପ ମା ରୀତିମତ ମାଡ଼ ଗାଳି ଦେଇ ଆଙ୍କଣ କରିବାରେ ବ୍ୟସ୍ତ। ସାଇ ଭାଇ ଏମାନଙ୍କୁ ପୁରା ନିଷେଧ କରିଛି ଗଣିଆ ଯେ ମୋ ପୁଅ ବୋହୂ କାହା ସହ ମିଶି ବାକୁ ଚାହୁଁ ନାହାନ୍ତି। ତମେ କେହି ଆସ ନାହିଁ। Download Husband & Wife Royalty Free Vector Clip Art Illustration - Hasband  & Wife Vector PNG Image with No Background - PNGkey.com

ସାଇ ଲୋକ ଙ୍କୁ ଖରାପ ଲାଗୁଚି। କଣ କରିବେ ବଡ ଲୋକ ଙ୍କୁ କି ଉତ୍ତର। ଏମିତି ସୁକୁଟା ଟା ରହଣି ଭିତରେ। ଦିନେ ଘର ଭିତରେ ଧୁସ ଧାସ ମାଡ଼ ଶୁଣି ଚେମୀ ଆଇ ଟା ସମ୍ଭାଳି ନ ପାରି ଗଣିଆ ଘର ଭିତର କୁ ପଶି ଗଲା ଯାହା ଦେଖିଲା ତା ପାଦ ତଳକୁ ମାଟି ମାଟି ଖସି ଗଲା। ଶୁକୁଟା ଆଉ ତା ଧୋବିଲି ସ୍ତ୍ରୀ ମିଶି ଧୁମ୍ ବାଡାଉଛନ୍ତି ଗଣିଆ କୁ ଆଉ ତା ମାଇପ କୁ କଥା କଣ ନା ଛୁଆ ଟାକୁ ସାଇ ବୁଲେଇ ବାକୁ ନେଇ ଥିଲା ଗଣିଆ କୁନି କୁନି ପିଲା ବସି ଧୂଳି ରେ ଖେଳୁଥିଲେ। ପିଲା ଟି ତାଙ୍କ ସହ ଟିକେ ଭିଡ଼ି ଯାଇ ଧୂଳି ଧୂସର ହେଇ ଯାଇଚି। ଓଃ ତା ପରେ ନିଅ କି ଇଁଗିଲିଶ ଛୁଆ ର ଇନଫେକ୍ସନ ହବ, ଆଲରଜିକ ହବ ଅମ କେଇ ହବ ସମ୍ କେଇ ହବ ନିଅ। ଢୋ ଢା ପି ଟା କୁ ନେଇ ଚେମୀ ଆଇ ଟା ଆଉ ସମ୍ଭାଳି ପାରିଲାନି। ହଇରେ ସୁକୁଟା ଏ ବଡ ବଡ଼ ଆଖି ତମ ଗାଣ୍ଡୀ ରୁ ଆଜି ଯାଏ ଧୂଳି ଛାଡ଼ିଛି ନାବେ ରଇଜଳା, ଛତରା, ଅଳପେଇଶା, ବୁଢ଼ା ଟାକୁ ଛୁଆ ଟା ସାମାନ୍ୟ ଧୂଳି ଟିକେ ହେଇଗଲା ବୋଲି ପିଟି କି ମାରିଦେବ ନା କଣ ବେ। କିଏ କୋଉଠି ଅଛ ଦୌଡ଼ି ଆସ ରେ । ଚେମି ଆଇ ସେଇ ସାହି ର ମାମଲତକାର ଏକଥା ସଭିଏଁ ଜାଣନ୍ତି। ବୁଢ଼ୀ ପାଟି ଶହେ କୋଷ ଦୂର କୁ ପାଏ। ରୁଣ୍ଡିଭୂତ ସାଇ ଲୋକ ଧୂଳି ଧୁସୁରିଆ ବାବଦ ରେ ଟିପ୍ପଣୀ ଦେବା ସହ ଧୂଳି ଖେଳ ଦ୍ଵାରା ପିଲା ର ମନସ୍ତାତ୍ତ୍ୱିକ ଅବସ୍ଥା କିପରି ରହେ। ପିଲା ର ସ୍ଵାସ୍ଥ୍ୟ ଗତ ସମସ୍ୟା ଉପରେ କୌଣଷି ନକାରାତ୍ମକ ପ୍ରଭାବ ପକାଏନି ଏହାକୁ ଉଗ୍ର ଆଧୁନିକ ଯୋଡ଼ି ଙ୍କୁ ବୁଝାଇବା ସହ ପୁଣି ଲଗେଜ ସଜାଡି ଶୁକୁଟା ଟା ଦୁମ୍ ଦୁମ ହେଇ ମାଇପ କୁ ନେଇ ବିଦେଶ ଫେରୁଥିବା ବେଳେ ଚେମି ଆଇ ଟା କହୁଥାଏ ଯା ରେ ଯା ପୁଅ ପୁଅ କୁ ଢ଼ଙ୍କେଇ କି ରଖ ବଡ ହେଉ ରହ ଚୋଟ ଯଦି ନ ମାରିଛି __

ମଇତାପୁର, ବାଲେଶ୍ଵର
୯୪୩୭୪୫୩୬୫୧

Exit mobile version