

ସତ୍ୟଶିଖା(ଭୁବନେଶ୍ୱର )୦୨.୧୦ .୨୦୨୧: ଏବେ ରାଜ୍ୟରେ ବିଶେଷ ହେବାର ନାହିଁ । କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୧୦ ତାରିଖ ଯାଏଁ ପାଗ ମୁଖ୍ୟତଃ ଖରାଟିଆ ରହିବ । ତେବେ ଦୂର୍ଗାପୂଜା ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ଫଳରେ ମହାଷ୍ଟମୀକୁ ଭିଜାଇପାରେ ବର୍ଷା । ସେହିପରି ଦଶହରା ପରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ମଧ୍ୟ ରହିଛି ।
କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଏବେ ଝାରଖଣ୍ଡ ଓ ବିହାର ଉପରେ ଯେଉଁ ଲଘୁଚାପ ଅଛି ତାହା ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ସେହିପରି ତାମିଲନାଡୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ବି ତାମିଲନାଡୁ, କର୍ଣ୍ଣାଟକ ଡେଇଁ ଆରବସାଗରକୁ ମୁହାଁଇବ । ତେବେ ଆସନ୍ତା ୭ ତାରିକ ବେଳକୁ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ପହଞ୍ଚିବ । ହେଲେ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି । ୧୧ ତାରିଖ ବେଳକୁ ଓଡିଶାରେ ଏହାର ପ୍ରଭାବ ଆରମ୍ଭ ହେବ । ୧୨ ଓ୧୩ରେ ପ୍ରଭାବ ଅଧିକ ରହିବ । ଏହାପରେ ପୁଣି ୧୫ କିମ୍ବା ୧୬ ତାରିଖ ବେଳକୁ ମିଆଁମାରର ଦକ୍ଷିଣ ଉପକୂଳ ପଟୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।