ନ୍ୟୁଜ୍ରାଜ୍ୟ

ଏଥର କଟକଣାରେ ଦୁର୍ଗାପୂଜା : ୧୧ରୁ କଡାକଡି ହେବ ନାଇଟ୍ କର୍ଫ୍ୟୁ

ସତ୍ୟଶିଖା ( ଭୁବନେଶ୍ୱର )୦୯/୧୦ /୨୦୨୧: କୋଭିଡ୍ କଟକଣା ଭିତରେ ପାଳନ ହେବ ଚଳିତ ବର୍ଷ ଦୁର୍ଗାପୂଜା । ଜୀବନ ଆଗ ପାର୍ବଣ ପଛ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂଜା ମଣ୍ଡପରେ ୭ ଜଣରୁ ଅଧିକ ରହିବେ ନାହିଁ । ମଣ୍ଡପ ଚାରି ପଟେ ପରଦା ରହିବ । ପ୍ରୋସେସନ ହେବ ନାହିଁ । ୧୧ ତାରିଖରୁ ନାଇଟ୍ କର୍ଫ୍ୟୁ ଲାଗିବ ।

କୋଭିଡ୍ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ମଣ୍ଡପରେ ଲାଇଟ୍ ଲଗେଇବାରେ କଟକଣା ନାହିଁ । କିନ୍ତୁ ଭୋଜିଭାତ ହୋଇପାରିବ ନାହିଁ । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅଭ୍ୟାସ ଗତ ଅପରାଧୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି  । ଦାଦାବଟି ଉପରେ କଡା ନଜର ରହିଛି । କିଛି ଲୋକଙ୍କୁ ଗିରଫ କରାଯାଇଛି ।

Show More
Back to top button